ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର ୦୩।୦୮ : ଏସ୍‌ଟିଏଫ୍‌ ପଞ୍ଝାରେ ବାଘଛାଲ ବେପାରୀ । ବାଘଛାଲ ବିକ୍ରି ବେଳେ ମାଡିବସିଲା ପୋଲିସ । ଗୋଟିଏ କଳରାପତରିଆ ବାଘ ଛାଲ ଜବତ ସହ ଜଣେ ବେପାରୀଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଖବର ଅନୁଯାୟୀ, କନ୍ଧମାଳ ଚକାପାଦ ଥାନା ବ୍ରାହ୍ମଣୀପଦା ଗାଁରେ ବାଘଛାଲ କାରବାର ହେଉଥିବା ନେଇ ଏସ୍‌ଟିଏଫ୍‌ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ତୁରନ୍ତ ସେହି ସ୍ଥାନରେ ଚଢାଉ କରିଥିଲେ ଏସ୍‌ଟିଏଫ୍‌ । ଏହି ଚଢାଉରେ ଜଣେ ବେପାରୀଙ୍କୁ ଗିରଫ ସହ ଏକ କଳରାପତରିଆ ବାଘ ଛାଲ ଜବତ ହୋଇଛି । ଗିରଫ ବ୍ୟକ୍ତି ଜଣଙ୍କ ବ୍ରାହ୍ମଣୀପଦା ଗାଁର ବିରେନମିତ୍ର ନାୟକ ବୋଲି ଜଣାପଡିଛି ।

Leave A Reply

Your email address will not be published.