ମେଡ଼ିକାଲରେ ସ୍ୱାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ, ଡ଼ାକ୍ତରଖାନା ଆଗରେ ଧାରଣାରେ ବସିଲେ ରୋଗୀ

ସୋରୋ ୦୫/୦୮: ଵାଲେଶ୍ୱର ଜିଲ୍ଲା ସୋର ମେଡ଼ିକାଲରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବ୍ୟବସ୍ଥା ନେଇ ଗତକାଲି ରାତିରେ ଧାରଣରେ ଵସିଛନ୍ତି ଲୋକ । ସୋର ପୌରପାଳିକା ପଠାଣ ମହଲା ଶେକ ଇମାମ ବକ୍ସ ଜ୍ୱରରେ ପୀଡିତ ହୋଇ ୩୬ ନଂମ୍ବର ବେଡ଼ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।ଦିନ ତମାମ ସେହି ରୁମରେ ଏସି ଚାଲି ନଥିବା ଶେଖ ଇମାମ ପୁଅ ସେକ ହାଲିମ ବିରୋଧ କରିଥିଲେ । ଆହୁରି ମଧ୍ୟ ମେଡ଼ିକାଲରେ ମେଡ଼ିସିନ ନମିଳିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ମେଡ଼ିକାଲରେ ଦୁଇଟି ଜେନେରେଟର ଥାଇ ଲାଇନ ଗଲାପରେ କାମ ନକରିବା, ଔଷଧ ଵାହାରୁ କିଣିବା ନେଇ ସେଠାରେ ଅସନ୍ତୋଷ ଦେଖାଦେଵା ସହିତ ମେଡ଼ିକାଲରେ ଧାରଣରେ ଵସିଛନ୍ତି ।

Leave A Reply

Your email address will not be published.