କାଳ ହେଲା ଲଗାଣ ବର୍ଷା, କାନ୍ଥ ପଡି ଚାଲିଗଲା ଜଣଙ୍କ ଜୀବନ

କୋରାପୁଟ ୧୦।୦୮ : କାଳ ହେଲା ଲଗାଣ ବର୍ଷା । କାନ୍ଥ ପଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଚନ୍ଦ୍ର ପରଜା ବୋଲି ଜଣାପଡିଛି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପାଇକ ଫୁଲବେଡ଼ା ଗାଁରେ ଏଭଳି ଅଘଟଣ ଘଟିଛି । ଖବର ଅନୁଯାୟୀ, ଫୁଲବେଡ଼ା ଗାଁର ପରଜାସାହିର ଚନ୍ଦ୍ର ପରଜା ରାତିରେ ଖାଇସାରି ଶୋଇବାକୁ ଯାଇଥିଲେ । ଲଗାଣ ବର୍ଷା ଲାଗି ଘରର କାନ୍ଥଗୁଡିକ ନଷ୍ଟ ହୋଇଯାଇଥିଲା । ମଙ୍ଗଳବାର ରାତିରେ ଚନ୍ଦ୍ର ଶୋଇଥିବା ବେଳେ କାନ୍ଥଟି ଭୁଶୁଡିପଡିଥିଲା ।ଚନ୍ଦ୍ର ଶୋଇଥିବା ବେଳେ କାନ୍ଥଟି ତାଙ୍କ ଉପରେ ପଡିଥିଲା । ଯାହାଫଳରେ ତାଙ୍କ ମୃତ୍ୟୁ ହୋଇଯାଇଛି ।

Leave A Reply

Your email address will not be published.