ବର୍ଷା ଯୋଗୁଁ ଘାଟିରୁ ମାଟି ଅତଡା ଧସିବା ସହ ଉପୁଡି ପଡୁଛି ବଡ ବଡ ଗଛ, ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ

ଫୁଲବାଣୀ ୧୦।୮: ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ଥିବା ବିଭିନ୍ନ ଘାଟିରୁ ମାଟି ଅତଡ଼ା ସହ ବଡ଼ବଡ଼ ଗଛ ଉପୁଡିପଡୁଛି । ଫଳରେ ଗାଡିମଟର ଯାତାୟତ କରିବାରେ ବାଧା ସୃଷ୍ଟି ହେଉଛି । ଜିଲ୍ଲାର ସବୁଠୁ ବଡ଼ ଘାଟି ବ୍ରହ୍ମପୁର ଯିବା ରାସ୍ତାରେ କଳିଙ୍ଗl ଘାଟି, ବୌଦ୍ଧ ଯିବା ରାସ୍ତାରେ ରାଣୀପଥର, ଭୁବେନେଶ୍ବର ରାସ୍ତାରେ ମାଧପୁର ଘାଟି ସମେତ କୁଡୁକି, ତୁମୁଡିବନ୍ଧ ଓ ବେଲଘର ସାରଙ୍ଗଡ଼ ଆଦି ଘାଟିରେ ମାଟି ଅତଡ଼ା ଖସିବା ସହ ବିରାଟ ଗଛମାନ ଉପୁଡିପଡୁଛି । ଫଳରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏ ସବୁ ସଫା କରିବାରେ ବିଳମ୍ବ ମଧ୍ୟ ହେଉଛି । ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି । ଫୁଲବାଣୀ-ବୌଦ୍ଧ ରାସ୍ତାର ରାଣୀପଥର ଘାଟି ଅଞ୍ଚଳରେ ପାହାଡ଼ ଉପରୁ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଥିବା ବେଳେ ଫୁଲବାଣୀ-ଭୁବେନେଶ୍ବର ରାସ୍ତାର ମାଧପୁର ନିକଟ ଘାଟିରେ ମାଟି ଅତଡ଼ା ଧସିବା ସହ କେତକ ଗଛ ଉପୁଡି ପଡିବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଯାହା ଫଳରେ ଅନେକ ଗାଡିମୋଟର ଅଟକି ରହିଥିଲା l ରାସ୍ତା ସଫା କରାଯିବା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା l ଗାଡି ମଟର ଚାଳକମାନେ ବର୍ଷା ଦିନେ ଘାଟିରେ ଗାଡି ଚଲାଇବା ବେଳେ ଅଧିକ  ସତର୍କତା ଅବଲମ୍ବନ କରି ଗାଡି ଚଳାଇବା ପାଇଁ ଫୁଲବାଣୀ ପରିବହନ ବିଭାଗ ଆରଟିଓ ଗତିକୃଷ୍ଣ ସାମନ୍ତରାୟ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.