କୃତ୍ରିମ ଉପାୟରେ ଅଣ୍ଡାରୁ ବାହାରିଲା କୁମ୍ଭୀର ଶାବକ

ପଟ୍ଟାମୁଣ୍ଡାଇ ୧୩।୦୮: କୃତ୍ରିମ ଉପାୟରେ ଅଣ୍ଡାରୁ ବାହାରିଲା କୁମ୍ଭୀର ଶାବକ। ଭିତରକନିକା ଅଭୟାରଣ୍ୟ କୁମ୍ଭୀର ପ୍ରଜନନ ପାଇଁ ଖ୍ୟାତି ସାଉଁଟି ଥିବା ବେଳେ ଚଳିତ ବର୍ଷ କୁତ୍ରିମ ଉପାୟରେ ଅଣ୍ଡାରୁ ଛୁଆ ବାହାର କରିଛି। ସମୁଦାୟ ୫୮ଟି ଅଣ୍ଡା ସଂଗ୍ରହ କରିଥିବା ବେଳେ ସେଥିରୁ ୪୮ ଟି ଛୁଆ ବାହାରିଥିବା ଜଣାପଡିଛି ।ଏପିରିକି ଅନେକ ସ୍ଥାନରେ ଜୁଆର ପାଣି ମାଡିଯିବାରୁ ଅଣ୍ଡା ନଷ୍ଟ ହେବାର ଭୟ ରହିଥାଏ। ତେଣୁ ଯେଉଁ ନଦୀ ନାଳରେ କୁମ୍ଭୀର ଅଣ୍ଡା ଗୁଡିକ ସୁରକ୍ଷିତ ନଥାଏ ସେହି ସ୍ଥାନରୁ ଅଣ୍ଡା ସଂଗ୍ରହ କରିଥିଲା ବନବିଭାଗ। ଅଣ୍ଡାଗୁଡିକୁ ସଠିକ ତାପମାତ୍ରାରେ ରଖିବା ସହ ଗଛପତ୍ରରେ ଘୋଡ଼ାଇ ରଖି କୃତ୍ରିମ ଉପାୟରେ ଅଣ୍ଡା ବାହାର କରାଯାଇଛି ।  ଅଣ୍ଡା ରୁ କୁନି କୁନି ଶାବକ ମାନେ ବାହାରୁଛନ୍ତି । ଏହି କୁନି ଶାବକ ମାନେ ଅଣ୍ଡାରୁ ବାହାରିବା ପରେ ସେମାନଙ୍କୁ କିଛି ଦିନ ଯାଏ ଅବର୍ଜଭେସନରେ ରଖାଯିବ। ସେମାନଙ୍କ ସୁରକ୍ଷା ଓ ଜୀବନ ପ୍ରତି ବେଶ ଯତ୍ନବାନ ହେବାପରେ ସେମାନଙ୍କୁ ନଦୀରେ ଛାଡି ଦିଆଯାଇଥାଏ।

Leave A Reply

Your email address will not be published.