୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର ୧୩/୦୮: ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବ । ଆସନ୍ତା କାଲି ଅର୍ଥାତ ୧୪ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଅବପାତ ସମ୍ଭାବନା । ଲଘୁଚାପ ପ୍ରଭାବରେ ଆଗକୁ ଦୁଇ ଦିନ ଭୀଷଣ ବର୍ଷା ହେବ । ଆସନ୍ତା ୧୩ ଓ ୧୪ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଗାଣ ବର୍ଷା ଯୋଗୁ ମହାନଦୀ ସମେତ ଅନ୍ୟ ନଦୀର ଜଳସ୍ତର ହଠାତ୍‌ ବଢ଼ି ଯାଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ସତର୍କ କରାଇଛନ୍ତି । ଋଷିକୂଲ୍ୟା, ବଂଶଧାରା ଓ ବ୍ରାହ୍ମଣୀରେ ବି ପ୍ରବଳ ଢାଳିବ । ବର୍ଷା ଯୋଗୁ ଏହି ସବୁ ନଦୀର ଜଳସ୍ତର ବଢ଼ିପାରେ । ଏହା ବନ୍ୟା ଡାକି ଆଣିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

Leave A Reply

Your email address will not be published.