ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆନ୍ଦୋଳନ ତେର ଦିନରେ

କନ୍ଧମାଳ : ଓଡିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ ଓ ୬ ବର୍ଷ ଚୁକ୍ତିଭିତ୍ତିକ ଚାକିରୀ ସମୟକୁ ପଦୋନ୍ନତି ବୃଦ୍ଧି, ବରିଷ୍ଠତାରେ ଗଣନା କରିବା ଦାବିରେ ଦିର୍ଘ ୧୩ ଦିନ ଧରି ସାରାରାଜ୍ୟରେ କଳା ବ୍ୟାଚ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ, ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ(OGCEA) ପକ୍ଷରୁ ଅଗଷ୍ଟ ୧୬ ତାରିଖରୁ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ କନ୍ଧମାଳ ଜିଲ୍ଲାର ସମସ୍ତ ଚୁକ୍ତିଭିତ୍ତିକ ଗ୍ରୁପ ସି କର୍ମଚାରୀ ସହିତ ପୋଲିସ କର୍ମଚାରୀମାନେ ମଧ୍ୟ ଶାନ୍ତିପୂର୍ଣ ଭାବେ ନିଜର ଯଥୋଚିତ ଦାବି ସରକାରଙ୍କ ନିକଟରେ ଆରକ୍ଷୀ ଅଧିକ୍ଷକ, କନ୍ଧମାଳଙ୍କ ମାଧ୍ୟମରେ ଉପସ୍ଥାପନା କରିଛନ୍ତି । କନ୍ଧମାଳ ଜିଲ୍ଲାରେ ପୋଲିସ କର୍ମଚାରୀ ମାନେ ନକ୍ସଲଙ୍କ ସହ ଲଢ଼ିବା ଓ ଜୀବନ ପ୍ରତି ବିପଦ ଥିବା କାର୍ଯ୍ୟ ସମ୍ପାଦନା କରନ୍ତି l କିନ୍ତୁ ସରକାର ପୋଲିସ ବିଭାଗକୁ ମଧ୍ୟ ଚୁକ୍ତିଭିତିକ ନିଯୁକ୍ତି ଦେଇ ସହ ସହ ପରିବାରକୁ ଅବହେଳିତ କରିଛନ୍ତି, ତେଣୁ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଏବଂ ଚୁକ୍ତିଭିତ୍ତିକ ଚାକିରୀ ସମୟକୁ ମୂଳ ଚାକିରୀରେ ଯୋଗ ଦୁଇଟି ମୁଖ୍ୟ ଦାବି ସହ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟରେ ମହଙ୍ଗା ଭତ୍ତା, ଘରଭଡା ଏବଂ ସମସ୍ତ ସରକାରୀ ଅନୁସଙ୍ଗିକ ସୁବିଧା ଇତ୍ୟାଦି ପ୍ରଦାନ ନେଇ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ସମାବେଶ ସାରା ରାଜ୍ୟରେ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ରାଜ୍ୟସରକାର ଯଦି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ସେମାନଙ୍କ ଦାବିଗୁଡିକୁ ପୂରଣ ନକରନ୍ତି ତେବେ ମହାସଂଘର ପୂର୍ଵ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସେପ୍ଟେମ୍ବର ୧୧ ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗ ଠାରେ ଏକ ବୃହତ ଆନ୍ଦୋଳନରେ ସାମିଲ ହେବେ ବୋଲି ମହାସଂଘର ଜିଲ୍ଲା ସଭାପତି ଅଶୋକ କୁମାର ଗୌଡ଼, ସଂପାଦକ ସିମାଞ୍ଚଳ ପଣ୍ଡା, ପୋଲିସ ବିଭାଗର କର୍ମଚାରୀ ରୋବଟ, ମନୋଜ କୁମାର ସାହୁ ପ୍ରମୁଖ ନେତୃମଣ୍ଡଳୀ ପ୍ରେସ ରିଲଜ ଦ୍ୱାରା ଜଣାଇଛନ୍ତି ।

Leave A Reply

Your email address will not be published.