ଦୁଇ ଜଣଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ୍‌, ପୋଲିସର ତଦନ୍ତ ଜାରି

ବଲାଙ୍ଗୀର ୨୯।୦୮: ନୁଆଁଖାଇ ପୂର୍ବରୁ ଅପରାଧୀ ସକ୍ରିୟ । ଦୁଇ ଜଣ ଯୁବକ ସିରିଜ ଆକ୍ରମଣ କରି ଲୋକଙ୍କ ଠାରୁ ଲୁଟ୍ ପାଟ୍ କରିଛନ୍ତି l ବଲାଙ୍ଗୀର ଇନ୍ଦ୍ରାନଗର ନୂତନ ବସ୍ ଟାର୍ମିନାଲ ସମ୍ମୁଖରେ ଏହି ଘଟଣା ଘଟିଛି । ତେବେ  ଦୁଇ ଜଣ ଯୁବକ ଭୁଜାଲି ମାରଣାସ୍ତ୍ର ଧରି ଲୋକଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି l ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଭୀମ ଭୋଇ ମେଡିକାଲର କର୍ମଚାରୀ ହୋଇଥିବା ସୂଚନା ମିଳିଛି l ଉଭୟଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.