ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ବେକରେ ରହିଛି କ୍ଷତଚିହ୍ନ

ଭୁବନେଶ୍ୱର ୦୨/୦୯: ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ଆସିଲା ଶୁଭଶ୍ରୀଙ୍କ ପୋଷ୍ଟମଟମ୍ ରିପୋର୍ଟ । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ସେ କହିଛନ୍ତି ମୃତଦେହ ବ୍ୟବଛେଦ ସରିଛି ଏବଂ ରିପୋର୍ଟ ବି ଆସି ସାରିଛି । ଏହା ପୋଲିସକୁ ହସ୍ତାନ୍ତର କରାଯିବ । କୌଣସି କପଡା ବ୍ୟବହାର କରି ସେ ଆତ୍ମହତ୍ୟା କରିଛନ୍ତି ବୋଲି ଅନୁମାନ କରାଯାଉଛି ।କାରଣ ବେକରେ କପଡା ଚାପି ହେବା ଭଳି କ୍ଷତ ଚିହ୍ନ ରହିଛି । ଶବ ପଞ୍ଚନାମାରୁ ପୋଲିସ ଜାଣିବାକୁ ପାଇଛି, ଶୁଭଶ୍ରୀଙ୍କ ବେକରେ ଥିବା ଲିଗାଚର ମାର୍କ (କଳା ଦାଗ) ଥିଲା । ଡାହାଣ ପାଶ୍ୱର୍ ଗାଲରେ ଏକ ଛୋଟିଆ ରାମ୍ପୁଡ଼ା ଚିହ୍ନ ରହିଛି । ବାମ ପାଶ୍ୱର୍ କାନ ଉପରକୁ ମୁଣ୍ଡ ଫୁଲିଥିଲା । ମୃତ୍ୟୁ ପୂର୍ବରୁ ହତ୍ୟାକାରୀ ସହ ଶୁଭଶ୍ରୀଙ୍କ ଝଗଡ଼ା ଲାଗିଥିଲା। କିଛି ସମୟ ପାଇଁ ହତ୍ୟାକାରୀ ସହ ଶୁଭଶ୍ରୀ ଲଢ଼ିଥିଲେ । ପୋଲିସ ସନ୍ଦେହ କରୁଛି, ବାରମ୍ବାର ଫୋନ୍‌ କଲ୍‌ ପରେ ବାବୁନା ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ କୌଣସି କାରଣ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବ । ପରେ ଶୁଭଶ୍ରୀଙ୍କ ତଣ୍ଟି ଚିପି ହତ୍ୟା କରିଥିବେ । ନଚେତ୍‌ ବାବୁନା ସେଠାରୁ ଖସି ଯିବା ପରେ ଶୁଭଶ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବେ ।ସେପଟେ ଶାସ୍ତ୍ରୀନଗରେ ଶୁଭଶ୍ରୀ ମହାପାତ୍ରଙ୍କ ହତ୍ୟା ମାମଲାରେ ଏକ ବଡ଼ ସୁରାକ ହାତରେ ଲାଗିଛି ।

Leave A Reply

Your email address will not be published.