ସ୍ତ୍ରୀର ଦଶାହରେ ସ୍ୱାମୀ ମୃତ୍ୟୁ ଘଟଣା, ଦୁଇ ପିଲାଙ୍କ ଦାୟିତ୍ୱ ନେବ ଭଦ୍ରକ ଜିଲ୍ଲା ପ୍ରଶାସନ

ଭଦ୍ରକ ୦୨/୦୯: ସ୍ତ୍ରୀର ଦଶାହରେ ସ୍ୱାମୀ ମୃତ ଘଟଣା । ଦୁଇ ଅନାଥ ପିଲାଙ୍କର ଦାୟିତ୍ୱ ନେବ ଜିଲ୍ଲା ପ୍ରଶାସନ । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏନେଇ ସୂଚନା ଦେଇଛନ୍ତି । ଶୁଦ୍ଧିକ୍ରିୟା ପାଇଁ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମଞ୍ଜୁର କରାଯାଇଛି । ଆଶ୍ରମ ସ୍କୁଲରେ ଦୁଇ ପିଲାଙ୍କ ଥଇଥାନ ସହ ପାଠ ପଢାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଦୁଇ ପିଲାଙ୍କର ସୁବିଧା ଅସୁବିଧା ବୁଝିବା ସହ ସମସ୍ତ ଦାୟିତ୍ୱ ବହନ କରିବ ଭଦ୍ରକ ଜିଲ୍ଲା ପ୍ରଶାସନ । ସୂଚନା ଥାଉକି, ଭଦ୍ରକ ଜିଲ୍ଲା ବଣିଆ ପଞ୍ଚାୟତ ଅଧିନ ପେଡାସାହି ଗ୍ରାମରେ ନରହରି ପେଡାଙ୍କ ସ୍ତ୍ରୀ ଇତିଶ୍ରୀ ମଧ୍ୟ ଟିବି ରୋଗରେ ଆକ୍ରାନ୍ତ ଥିଲେ । ବହୁ ଚିକିତ୍ସା ପରେ ଅଗଷ୍ଟ ମାସ ୨୪ତାରିଖରେ ଇତିଶ୍ରୀ ଙ୍କର ମୃତ୍ୟୁ ହୋଇଥିଲା । ଆଜି ପରିବାର ଲୋକେ ଦଶାହ କର୍ମ ପାଇଁ ଘାଟରେ ଥିବା ବେଳେ ନରହରି ଙ୍କର ମୃତ୍ୟୁ ହୋଇଥିଲେ । ଶୁଦ୍ଧିକ୍ରିୟା ପାଇଁ ଗ୍ରାମର ଲୋକେ ଏକାଠି ହୋଇ ଚାନ୍ଦା ସଂଗ୍ରହ କରି ସବୁକିଛି କରିଥିଲେ । ଏବେ ପ୍ରଶାସନ ଦୁଇ ଅନାଥ ପିଲାଙ୍କର ଦାୟିତ୍ୱ ନେବ ବୋଲି ସ୍ପଷ୍ଟ କରିଛି ।

Leave A Reply

Your email address will not be published.