୪୮ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ, ୭ ରୁ ବଢିବ ବର୍ଷା ପରିମାଣ

ଭୁବନେଶ୍ୱର ୦୯/୦୫: ଆସନ୍ତା ୭ ସେପ୍ଟେମ୍ବରରେ ଘୂର୍ଣ୍ଣି ବଳୟ । ୪୮ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୭ ସେପ୍ଟେମ୍ବରରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସମ୍ଭାବନା ରହିଛି । ପଶ୍ଚିମ–କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଆଗାମୀ ୨ ସପ୍ତାହରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆଇଏମଡି (ଇଣ୍ଡିଆନ ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ) ଆକଳନ କରିଛି । ପ୍ରଥମ ଟି ୭ ତାରିଖ ଏବଂ ଦ୍ୱିତୀୟଟି ୯ ରୁ ୧୫ ତାରିଖ ମଧ୍ୟରେ ଘନୀଭୂତ ହେବ । ଏହା ପ୍ରଭାବରେ ସାରା ରାଜ୍ୟରେ ପୁଣି ବିସ୍ତୃତ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ପାଣିପାଗ ବିଶେଷଜ୍ଞଙ୍କ ମତାନୁସାରେ ୧୯ ତାରିଖ ଭିତରେ ଭାରୀ ବର୍ଷାରେ ଉପକୁଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶା ଭିଜିବ।

Leave A Reply

Your email address will not be published.