ମୋହନାରେ ବ୍ୟାପିଲା ଡେଙ୍ଗୁ

ମୋହନା ୦୬/୦୯: ଗଜପତି ଜିଲ୍ଲା ମୋହନାରେ ଡେଙ୍ଗୁ ଆତଙ୍କ । ଗତ କିଛି ଦିନ ହେଲା ମୋହନାର କିଛି ଲୋକ ଆକ୍ରାନ୍ତ ହୋଇଥିବା କୁହାଯାଉଥିବା ବେଳେ ପ୍ରଶାସନ ତତ୍ପର ହୋଇଛି । ରବିବାର ଓ ସୋମବାର ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଉଛି । ଭୁବନେଶ୍ୱର ଏକ ଘରୋଇ ମେଡ଼ିକାଲରୁ ଟିମ ଗତକାଲି ରକ୍ତ ନମୁନା ସଂଗ୍ରହ କରିଥିବା ବେଳେ ଏହାର ପରୀକ୍ଷା ପରେ ୩୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ବୋଲି କହିଛନ୍ତି ମୋହନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ନମିତା ପଣ୍ଡା । ସେଥିରୁ ଜଣେ ନୂଆ ପଜିଟିଭ ଥିବା ବେଳେ ଆଉ ୩୦ଜଣଙ୍କ ଶରୀରରେ ପୁର୍ବରୁ ଡେଙ୍ଗୁ ଜୀବାଣୁ ଥିବା ଚିହ୍ନଟ ହୋଇଛି । ଆଜିବି ମୋହନାରେ ଲୋକଙ୍କ ରକ୍ତ ନମୁନା ସଂଗ୍ରହ ଚାଲିଛି । ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ମୋହନା ମେଡ଼ିକାଲରେ ସ୍ୱତନ୍ତ୍ର ୱାର୍ଡ କରଯାଇଛି । ତେବେ ଡେଙ୍ଗୁରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଗୁଜବ ବୋଲି କହିଛନ୍ତି ମୋହନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ । ଡେଙ୍ଗୁରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.