ଅନାଥ ପିଲାଙ୍କୁ ସାହା ହେଲେ ୭୦ ବର୍ଷୀୟ ମଧୁସୂଦନ ପାତ୍ର

ଭଦ୍ରକ୍ ୦୬/୦୯: ସ୍ତ୍ରୀଙ୍କ ଦଶାହରେ ସ୍ୱାମୀ ଙ୍କ ମୃତ୍ୟୁ ପରେ ଦୁଇ ପିଲା ଅନାଥ ହେବା ଘଟଣାରେ ଦୁଇ ପିଲା ମିଳିଛି ଆର୍ଥିକ ସହାୟତା । ପ୍ରମେୟରେ ପ୍ରକାଶିତ ଖବର ଦେଖି ସୁଦୂର ଗଂଜାମରୁ ଆସି ଭଦ୍ରକ ଜିଲ୍ଲା ବଣିଆ ସ୍ଥିତ ପେଡାସାହିରେ ପହଞ୍ଚି ୧୦ ହଜାର ଟଙ୍କା ସହାୟତା ଦେଇଛନ୍ତି ଜନୈକ ବୃଦ୍ଧ । ସୂଚନାଯୋଗ୍ୟ ଯେ ଗତ ୨ ତାରିଖ ଦିନ ଭଦ୍ରକ ବଣିଆ ଗ୍ରାମର ପେଡା ସାହି ଥରେ ସ୍ତ୍ରୀଙ୍କର ଦଶାହ କାର୍ଯ୍ୟ ଚାଲିଥିବାବେଳେ ସ୍ୱାମୀର ମୃତ୍ୟୁ ହୋଇଥିଲା । ବାପା ଓ ମାଙ୍କ ମୃତ୍ୟୁ ପରେ ୬ବର୍ଷର ଝିଅ ଓ ୨ ବର୍ଷର ପୁଅ ଅନାଥ ହୋଇଯାଇଥିଲେ । ଆଉ ଏଇ ଘଟଣାକୁ ଗଣମାଧ୍ୟମରେ ପ୍ରସାରଣ କରାଯାଇଥିଲା । ତେବେ ଏହି ପ୍ରସାରିତ ଖବର ଦେଖି ଗଞ୍ଜାମର ୭୦ ବର୍ଷୀୟ ମଧୁସୂଦନ ପାତ୍ର ଦୁଇ ପିଲାଙ୍କୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ବୟସ୍କ ଜଣକ କାନକୁ କିଛି ଶୁଭୁ ନଥିବାବେଳେ ସୁଦୂର ଗଞ୍ଜାମରୁ ଗାଡ଼ିରେ ଆସି ସହାୟତା କରିବା ପାଇଁ ପହଞ୍ଚିଥିଲେ ଭଦ୍ରକ ବଣିଆ ଗ୍ରାମରେ । ଚମ ଧୁଡୁ ଧୁଡୁ ଅବସ୍ଥାରେ ଦୀର୍ଘ ରାସ୍ତା ଅତିକ୍ରମ କରି ଦୁଇ ଦିନ ପରେ ଭଦ୍ରକ ଜିଲ୍ଲା ବଣିଆରେ ପହଞ୍ଚିଥିଲେ । କାନକୁ ଶୁଭୁ ନଥିବା ଏବଂ ଠିକ୍ ସେ ଦେଖା ଯାଉନଥିବା ଜଣେ ବୃଦ୍ଧଙ୍କ ଏଭଳି ସାହସ ଯାହା ସମସ୍ତଙ୍କୁ ଚକିତ କରିଥିଲା । ତେବେ ଏଭଳି ସାହାଯ୍ୟ ଏବଂ ସହାନୁଭୂତି ଯାହା ଆଜିର ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।

Leave A Reply

Your email address will not be published.