୮ରେ ଆନନ୍ଦପୁରରେ ପହଞ୍ଚିବ ଅହିଂସା ରଥ, ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର

ଆନନ୍ଦପୁର ୦୬।୦୯: ଆସନ୍ତା ୮ ତାରିଖରେ ଆନନ୍ଦପୁରରେ ପହଞ୍ଚିବ ଅହିଂସା ରଥ । ଏଥିନେଇ ଉପଖଣ୍ଡ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ରଥକୁ କିପରି ସ୍ବାଗତ ହେବ, ଉପଖଣ୍ଡର ତିନୋଟି ବ୍ଲକ୍ ତଥା ପୌରାଞ୍ଚଳଲୋକଙ୍କ ନିକଟରେ କିପରି ରଥ ପହଁଞ୍ଚାଯିବ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିଟିଂ ହଲରେ ପୂର୍ବପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଉପଜିଲ୍ଲାପାଳଙ୍କ ଅଧକ୍ଷତାରେ ଆୟୋଜିତ ଏହି ବୈଠକରେ ଉପଖଣ୍ଡର ତିନୋଟି ବ୍ଲକର ବିଡିଓ ଏବଂ ତହସିଲଦାର ସମେତ ପୋଲିସ୍ ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ରଥ ପ୍ରଥମେ ଘଷିପୁରା ବ୍ଲକ୍  , ପରେ ପରେ ଆନନ୍ଦପୁର ମ୍ୟୁନିସିପାଲିଟି , ହାଟଡିହି ବ୍ଲକ୍ ଓ ଶେଷରେ ଆନନ୍ଦପୁର ବ୍ଲକ୍ ଦେଇ ମୟୁରଭଞ୍ଜ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

Leave A Reply

Your email address will not be published.