ଠିକା ସଂସ୍ଥାରୁ ପାଇପ୍‌ ଚୋରି ବେଳେ ଚଢାଉ

ଆନନ୍ଦପୁର ୦୬।୦୯ : ଆନନ୍ଦପୁର ପୋଲିସକୁ ସଫଳତା । ଏକ ଠିକା ସଂସ୍ଥାରୁ ପାଇପ୍‌ ଚୋରି ବେଳେ ଚଢାଉ କଲା ପୋଲିସ । ବିପୁଳ ପରିମାଣର ପାଇପ୍‌ ଜବତ ସହ ଗାଡିର ଡ୍ରାଇଭର ଓ ହେଲ୍‌ପରୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ୍ ନିକଟରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ଚାଲିଛି। ତେବେ ନିର୍ମାଣ କାମରେ ନିୟୋଜତି ଠିକା ସଂସ୍ଥାର କ୍ୟାମ୍ପରୁ ଟ୍ରକ ଲଗାଇ ପାଇପ୍ ଚୋରି କରୁଥିଲେ ଚୋର। ଟ୍ରକଟି ଛତିଶଗଡର ରେଜିଷ୍ଟ୍ରେସନ୍ ଥିବା ବେଳେ ପାଖାପାଖି ୭୦ ରୁ ଅଧିକ ପାଇପ୍ ଲୋଡ୍ ସରିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଆନନ୍ଦପୁର ପୋଲିସ୍ ଚଢାଉ କରିଥିଲା। ଚଢଉରେ ବଡ ସଫଳତା ପାଇବା ସହିତ ଦୁଇ ଡ୍ରାଇଭର ଓ ହେଲ୍‌ପରକୁ ଗିରଫ କରିଛି ଆନନ୍ଦପୁର ପୋଲିସ୍। ଅନ୍ୟ ଚାରି ଜଣ ଖସିଯାଇଥିବା ସୂଚନା ମିଳିଛି। ଡ୍ରାଇଭର ବିଶାଲ୍ କୁମାର ଦେବଗନ ଓ ହେଲପର ବଜରଙ୍ଗ ଯାଦବ ଛତିଶଗଡ ଅଞ୍ଚଳର ବୋଲି ସ୍ପଷ୍ଟ ହୋଇଛି। ତେବେ ଏହି ଚୋରି ପଛରେ ବାହାର ରାଜ୍ୟର ରାକେଟ କାମ କରୁଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.