ପୁଅର ଗୁଳି ମାଡରେ ବାପା ମୃତ, ବନ୍ଧୁକ ଜବତ ଓ ଅଭିଯୁକ୍ତ ଫେରାର୍

ଉଦଳା ୦୭/୦୯: ପୁଅର ଗୁଳି ମାଡରେ ବାପାର ମୃତ୍ୟୁ । ଉଦଳା ଥାନା କାଶୀକୁଣ୍ଡଳ ଗ୍ରାମରେ ଘଟିଛି ଏହି ଅଘଟଣ । ଘରୋଇ ବଚସାକୁ ନେଇ ହତ୍ୟାକାଣ୍ଡ ଘଟିଛି । ମୃତକ ବାପା ଟିଲୁ ନାଏକ । ତେବେ ହତ୍ୟା ପରେ ଅଭିଯୁକ୍ ପୁଅ କୈଳାସ ନାଏକ ଫେରାର ହୋଇଯାଇଛି ।ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ପୁଅର ବନ୍ଧୁକ ଜବତ କରିଛି ପୋଲିସ । ସେପଟେ ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Leave A Reply

Your email address will not be published.