୩୦ ଟିକିଆ ହାତୀପଲଙ୍କ ଉତ୍ପାତ, ନଷ୍ଟ କଲେ ଏକର ଏକର ଧାନ ଫସଲ

ତୋଲକୋଇ ୦୯/୦୯: ୩୦ ଟିକିଆ ହାତୀପଲଙ୍କ ଉତ୍ପାତ ନଷ୍ଟ କଲେ ଏକର ଏକର ଧାନ ଫସଲ, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ କୃଷ୍ଣପୁର ଓ କରମଙ୍ଗି ଗାଁରେ । ଗତକାଲି ବିଳମ୍ବିତ ରାତିରେ ଏହି ଦୁଇ ଗାଁରେ ହାତୀପଲ ଧଶେଇ ପଶିଥିଲେ। ଏକର ଏକର ଧାନ ଫସଲ ନଷ୍ଟ କରିଥିଲେ । କୃଷ୍ଣପୁର ଗାଁ ର ପିଅନ ନାଏକ ଓ ଖଗେଶ୍ବର ନାଏକଙ୍କ ଆଠ ଏକର ଧାନ ଫସଲକୁ ନଷ୍ଟ କରିଦେଇଥିବା ବେଳେ କରମଙ୍ଗି ଗାଁର ଅଭିର ନାୟକଙ୍କ ୫ ଏକର ଧାନଫସଲକୁ ଖାଇବା ସହ ଦଳି ମକଚି ନଷ୍ଟ କରି ଦେଇଛନ୍ତି ହାତୀପଲ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାର କରଜ କରି ଧାନଫସଲ କରିଥିବା ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି। ବର୍ଷ କର ଖାଦ୍ୟ ହାତୀଙ୍କ ଦ୍ଵାରା ନଷ୍ଟ ହେବା ଫଳରେ ପରିବାର ପ୍ରତିପୋଷଣ କେମିତି କରିବ ସେନେଇ ଚିନ୍ତାରେ ପଡିଯାଇଛି ଚାଷୀ । ବନବିଭାଗ ହାତୀପଲ ଙ୍କୁ ଘଉଡାଇବା ସହ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଚାଷୀ ।

Leave A Reply

Your email address will not be published.