ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ବୁର୍ଲା ସ୍ଥାନାନ୍ତର

ସୁନ୍ଦରଗଡ ୧୦।୦୯ : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସୁନ୍ଦରଗଡ ଟାଉନ ଥାନା ସୁନାରିପଡାର ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ସୂଚନା । ଗୁରୁତର ଯୁବକ ଜଣଙ୍କ ହେଲେ କୁଲୁ । ଗୁରୁତର ଅବସ୍ଥାରେ ପ୍ରଥମେ ସୁନ୍ଦରଗଡ ମେଡିକାଲ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ବିଗିଡିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଖୋଲତାଡ ଜାରି ରଖିଛି ।  

Leave A Reply

Your email address will not be published.