ମାରୱାଡିପଡା ଘାଟିରୁ ମୃତ କୁମ୍ଭୀର ଉଦ୍ଧାର

ସମ୍ବଲପୁର୧୨/୦୯: ମହାନଦୀ ମାରୱାଡିପଡା ଘାଟିରୁ ମୃତ କୁମ୍ଭୀର ଉଦ୍ଧାର ହୋଇଛି । ଉଦ୍ଧାର କରିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । ସୂଚନା ଥାଉକି, ମହାନଦୀରେ କୁମ୍ଭୀରର ମୃତଦେହ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ । ଏହା ଦେଖିବା ପରେ ମତ୍ସ୍ୟଜୀବୀମାନେ ମୃତଦେହଟିକୁ ଉଦ୍ଧାର କରିଥିଲେ । ଯାହା ଜଣାପଡୁଛି ଉପରମୁଣ୍ଡରୁ ଭାସିଆସୁଥିବା ଅନୁମାନ । ତେବେ କୁମ୍ଭୀର ଦେହରେ କିଛି ଇଲୋକ୍ଟ୍ରୋନିକ୍ସ ଯନ୍ତ୍ର ଲାଗିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.