ପୁରୀରେ ବିଜେପିର ତିନିଦିନିଆ ପ୍ରଶିକ୍ଷଣ ଶିବର ଆରମ୍ଭ

ପୁରୀ ୧୩।୦୯ : ପୁରୀଠାରେ ଆରମ୍ଭ ହୋଇଛି ବିଜେପିର ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର । ପ୍ରଭାରୀଙ୍କ ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ଦଳର ସାଧାରଣ ସମ୍ପାଦକ ଓ ଉପସଭାପତି ମାନେ ଏବଂ ରାଜ୍ୟ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି । ସବୁ ସାଂସଦ, ବିଧାୟକ, ପଦାଧିକାରୀ ଯୋଗ ଦେଇଛନ୍ତି । ଏଥିସହ ୨୦୧୯ରେ ନିର୍ବାଚନ ଲଢ଼ିଥିବା ସବୁ ସାଂସଦ ଓ ବିଧାୟକ ପ୍ରାର୍ଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ ଯୋଗ ଦେଇଛନ୍ତି । ମୋଟ ୧୫ଟି ସତ୍ରରେ ହେବ ବିଜେପିର ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର । ୧୩ ତାରିଖରେ ୫ଟି, ୧୪ ତାରିଖରେ ୬ଟି ଓ ୧୫ ତାରିଖରେ ୪ଟି ସତ୍ରରେ ଶିବିର ଆୟୋଜନ ହେବ । ଶିବିରରେ ଦଳର ବିଚାରଧାରା ଉପରେ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହାସହ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ବିଚାରଧାରାକୁ ଆଧାର କରି କେନ୍ଦ୍ରୀୟ ଯୋଜନା କେମିତି ତୃଣମୂଳ ସ୍ତରରେ ପହଞ୍ଚାଇବେ ସେ ନେଇ ପ୍ରଶିକ୍ଷଣ ଦିଆଯିବ ।

Leave A Reply

Your email address will not be published.