ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଆନ୍ଦୋଳନ, ସ୍କୁଲ ଆଗରେ ବସିଲେ ଛାତ୍ରଛାତ୍ରୀ

କୋଣାର୍କ ୧୪।୦୯ : ରାସ୍ତାରୋକ କଲେ ଛାତ୍ରଛାତ୍ରୀ । ପୁରୀ ଜିଲ୍ଲା ଗୋପ ବ୍ଲକ ବନ୍ତୁଳିଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ରାସ୍ତାରୋକ କରିଛନ୍ତି । ସ୍କୁଲ ଗେଟରେ ତାଲା ପକାଇବା ସହ ବନ୍ତୁଳିଗ୍ରାମ ଠାରେ ରାସ୍ତା ଉପରେ ବସିରହିଛନ୍ତି ଛାତ୍ରଛାତ୍ରୀ ।ଯାହାଫଳରେ ଗୋପ ବାଳଘାଇ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି l ଖବର ଅନୁଯାୟୀ, ଗୋପ ବ୍ଲକ ବନ୍ତୁଳିଗ୍ରାମ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ରହିଛି । ଏଠାରେ ମୋଟ ୪୦୭ ଛାତ୍ରଛାତ୍ରୀ ପାଠ ପଢନ୍ତି l କିନ୍ତୁ ଶିକ୍ଷକଙ୍କ ସଂଖ୍ୟା କମ ଥିବାର ୬ ମାସ ତଳେ ଆସିଥିବା ନୂତନ ପ୍ରଧାନ ଶିକ୍ଷକ ପିଲାଙ୍କ ଅଧିକାଂଶ କ୍ଲାସ ନେବା ସହିତ ଗଣିତ, ବିଜ୍ଞାନ ଓ ହିନ୍ଦୀ ମଧ୍ୟ ପଢ଼ାଇବା ସହ ପିଲାଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିଥାନ୍ତି ବୋଲି ଛାତ୍ରଛାତ୍ରୀ କୁହନ୍ତି l  ଏପଟେ ଆଉ ଅଳ୍ପ ଦିନ ପରୀକ୍ଷା ଥିବାରୁ ୬ ମାସ ଭିତରେ ପ୍ରଧାନ ଶିକ୍ଷକକୁ କିପରି ବଦଳି କରାଗଲା  । ସେଥିପାଇଁ ଛାତ୍ରଛାତ୍ରୀ ମାନେ ପ୍ରଧାନ ଶିକ୍ଷକଙ୍କ ତୁରନ୍ତ ବଦଳିକୁ ବାତିଲ କରାଯାଉ ବୋଲି ଜିଦ ଧରି ବସିଛନ୍ତି l

Leave A Reply

Your email address will not be published.