ବାଇକ୍‌ରେ ଆସି ନେଇଗଲେ କେଜିଏରୁ ଅଧିକ ସୁନା

ବାସୁଦେବପୁର ୧୪।୦୯: ଭଦ୍ରକ ବାସୁଦେବପୁର ବତଡ଼ା ବଜାରରେ ବଡ଼ଧରଣର ଲୁଟ୍‌ । ବଜାରରେ ଥିବା କାଶୀଶ୍ୱର ସୁନା ଦୋକାନରୁ କେଜିଏ ଅଧିକ ସୁନା ଲୁଟ୍‌ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବଜାରରେ ଥିବା କାଶୀଶ୍ୱର ସୁନା ଦୋକାନରୁ ଲୁଟ୍‌ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି କେଜିଏ ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍‌ ନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଜାରି ରଖିଛି । ତେବେ କିଏ ଓ କାହିଁକି ଏହି ଲୁଟ୍‌ କରିଛି । ସେନେଇ ବିଭିନ୍ନ ଦିଗକୁ ନେଇ ଖୋଲତାଡ଼ କରୁଛି ପୋଲିସ ।

Leave A Reply

Your email address will not be published.