ନକଲି ଔଷଧ କାରବାର୍‌, ସବୁ ଜିଲ୍ଲାରେ ହେବ ଚଢାଉ- ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ୧୪।୦୯: ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଯଦି କେହି ଭୁଲ୍‌ କରିଥିବେ, ତେବେ ତାଙ୍କୁ ଦଣ୍ଡ ଦିଆଯିବ । ଆଇନ ତା ବାଟରେ ଯିବ । କାହାରିକୁ ଛଡ଼ାଯିବ ନାହିଁ । ଆଗକୁ ମଧ୍ୟ ସବୁ ଜିଲ୍ଲାରେ ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ କିଛି ଦିନତଳେ ବିଭିନ୍ନ ମେଡିସିନ ନକଲି ନେଇ ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଟିମ୍ । ଏହି ଚଢାଉରେ ଅନେକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ଏପିରିକି ନାମୀ କମ୍ପାନୀର ଔଷଧକୁ ନକଲି କରି ବିକ୍ରି କରାଯାଉଥିଲା । ଯାହାକୁ ଆଧାର କରି କଟକର ଦୁଇ ଜଣ ହୋଲସେଲରଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଅଧିକ ପଚରାଉଚରା ମଧ୍ୟ କରାଯାଉଛି । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେଦିଗରେ ମଧ୍ୟ ଖୋଲତାଡ଼ ଜାରି ରହିଛି ।

Leave A Reply

Your email address will not be published.