ପୋଖରୀରେ ବୁଡି ନାବାଳକ ମୃତ

କାମାକ୍ଷାନଗର ୧୫।୦୯ : ପୋଖରୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ବୁଡ଼ିଯାଇ ନାବାଳକଙ୍କ ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଁଳାବେରେଣୀ ଗାଁ ଜୁଆଙ୍ଗ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ନାବାଳକ ହେଲେ ଉକ୍ତ ଗ୍ରାମ ଜୁଆଙ୍ଗ ସାହିର ବିଭୁତି ପ୍ରଧାନଙ୍କ ୧୦ ବର୍ଷର ପୁଅ ପ୍ରଭାକର ପ୍ରଧାନ । ଖବର ଅନୁଯାୟୀ, ପ୍ରଭାକର ଗୁରୁବାର ସକାଳ ପ୍ରାୟ ୮ ଟା ବେଳକୁ ସାଙ୍ଗମାନଙ୍କ ସହ ଗାଁ ମୁଣ୍ଡରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧେଇବା ବେଳେ ପ୍ରଭାକର ବୁଡିଯାଇଥିଲା। ସାଙ୍ଗମାନେ ତୁରନ୍ତ ଘରଲୋକଙ୍କୁ ଖବର ଦେଇଥିଲେ। ଘରଲୋକେ ପହଞ୍ଚି ପ୍ରଭାକରକୁ ଉଦ୍ଧାର କରି ଅଁଳାବେରେଣୀ ଗୋଷ୍ଠିସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ପ୍ରଭାକରଙ୍କୁ ମୃତ ଘୋଷଣା କରିଛନ୍ତି।

Leave A Reply

Your email address will not be published.