ମଙ୍ଗଳବାର ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର ୧୯/୦୯: ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସକ୍ରିୟ ଅଛି । ମଙ୍ଗଳବାର ଏହା ଲଘୁଚାପର ରୂପ ନେବ । କିନ୍ତୁ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଯିବ ବର୍ଷାର ପରିମାଣ । ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ୨୧ ଯାଏଁ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି । ଆଗାମୀ ୭୨ ଘଣ୍ଟା ଯାଏଁ ରାଜ୍ୟରେ କିଛି ଜିଲ୍ଲାକୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତାବନୀ ଜାରି ହୋଇଛି । ଡପ୍ଲର ରାଡାର ପାରାଦ୍ୱୀପ ରୁ ମିଳୁଥିବା ତଥ୍ୟ ଅନୁଯାୟୀ ଉପକୂଳ ଓଡ଼ିଶାରେ ଜାରିରହିଛି ଘୁର୍ଣ୍ଣିବଳୟର ପ୍ରଭାବ । ବିଶେଷ କରି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ, ସୋନପୁରରେ ଭୀଷଣ ବର୍ଷା ସମ୍ଭାବନା ।

Leave A Reply

Your email address will not be published.