ଧସେଇ ପଶିଲେ ୧୧ଟିକିଆ ବଣୁଆ ହାତୀ

କେନ୍ଦୁଝର ୨୧/୦୯: ସଦର ରେଞ୍ଜର ଉକଚାବେଡା ଗାଁର କାଇଞ୍ଜର ନଦୀ ନିକଟକୁ ଧସେଇ ପଶିଲେ ୧୧ ଟିକିଆ ବିଣୁଆ ହାତୀ ପଲ । ଏହି ପଲରେ ୩ଟି ଦନ୍ତା ୬ ଟି ମାଈ ଓ ୨ଟି ଛୁଆ ରହିଛନ୍ତି । ଏହି ହାତୀପଲ କିଛି ଫସଲ ନଷ୍ଟ କରିଥିବା ସୂଚନା ମିଳିଛି । ଏହି ହାତୀପଲ ଏଠାରେ ପହଞ୍ଚିବା ବେଳକୁ ସକାଳ ହୋଇଯିବାରୁ ଏଠାରେ ରହିଯାଇଛନ୍ତି । ହାତୀଙ୍କୁ ଦେଖିବାକୁ ଚାରିପଟେ ହଜାର ହଜାର ସଂଖ୍ୟାରେ ଲୋକ ଜମି ରହିଛନ୍ତି । ବନ ଓ ପୋଲିସ ବିଭାଗ ପକ୍ଷରୁ ହାତୀ ଉପରେ ତୀକ୍ଷଣ ନଜର ରଖାଯାଇଛି । ହାତୀ କୁ ଟେକା ପଥର ମାରି ବିରକ୍ତ ନ କରିବାକୁ ଡାକବାଜୀ ଯନ୍ତ୍ର ସାହାଜ୍ୟ ରେ ସୂଚନା ଦିଆଯାଉଛି । ହାତୀ ନଇ ପାଖରେ ଅଛନ୍ତି ଓ ପାଖରେ ଧାନ ଫସଲ ରହିଛି । ତେଣୁ ଦିନ ସମୟରେ ହାତୀ ଅଞ୍ଚଳ ଛାଡିଯିବେ ନାହିଁ ରାତି ହେଲେ ନିଜେ ନିଜେ ଚାଲିଯିବେ । ଏହାଛଡା ପାଖରେ ଟ୍ରେନ ଲାଇନ ରହିଛି ତେଣୁ ବନ ବିଭାଗ ସତର୍କତାର ସହ ହାତୀ ଓ ମଣିଷଙ୍କ ସୁରକ୍ଷା ପାଇଁ ଆପ୍ରାଣ ଉଦ୍ୟମ କରିଛନ୍ତି ।

Leave A Reply

Your email address will not be published.