ବ୍ୟାଗ୍‌ରୁ ମିଳିଲା ନବଜାତର ମୃତଦେହ

ଭଦ୍ରକ ୨୩।୦୯ : ମେଡିକାଲ ପରିସରରୁ ନବଜାତ ଉଦ୍ଧାର । ଜନ୍ମ ପରେ ନବଜାତକୁ ବ୍ୟାଗ୍‌ରେ ଫିଙ୍ଗି ଦେଇଛନ୍ତି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା । ଖବର ଅନୁଯାୟୀ,  ମେଡିକାଲ ପରିସରରେ ଥିବା ଶୌଚାଳୟ ନିକଟରେ ବାଇକ ପାର୍କିଂ ପାଇଁ ଯିବା ବେଳେ କେତେକ ଲୋକେ ଏକ ବ୍ୟାଗ ଦେଖିଥିଲେ । ଦୀର୍ଘ ସମୟ ପରେ ବ୍ୟାଗକୁ କେହିନନେବାରୁ ଲୋକେ ଖୋଲି ଦେଖିଥିଲେ । ବ୍ୟାଗ ଭିତରେ ଏକ ନବଜାତକ ଥିବା ଦେଖିଥିଲା । ଏନେଇ ସ୍ଥାନୀୟଲୋକ ପୋଲିସକୁ ଜଣାଇଥିଲେ । ପୋଲିସ ଉପସ୍ଥିତିରେ ବ୍ୟାଗ ଖୋଲିବା ପରେ ଏକ ନବଜାତକର ମୃତଦେହ ମିଳିଥିଲା । ବିଳମ୍ବିତ ରାତି ସମୟରେ କେହି ନବଜାତକକୁ ବ୍ୟାଗରେ ଭର୍ତ୍ତି କରି ମେଡିକାଲ ପରିସରରେ ଥିବା ଶୌଚାଳୟ ନିକଟରେ ଛାଡିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.