ପ୍ରଶାସନର ହସ୍ତକ୍ଷେପ ପରେ ତୁଟିଲା ବିବାଦ

ଫୁଲବାଣୀ ୨୩।୦୯ : ତୁଟିଲା ବିବାଦ । ଖୋଲିଲା ଦୋକାନ ବଜାର । ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ଦୁଇ ଦିନ ଧରି ଲାଗି ରହିଥିବା ବିବାଦରେ ପଡିଛି ପୂର୍ଣ୍ଣଚ୍ଛେଦ  । ଖବର ଅନୁଯାୟୀ, ଫୁଲବାଣୀ ଦାରିଙ୍ଗବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନକୁ ନେଇ ଦୀର୍ଘ ବର୍ଷ ହେଲା ବିବାଦ ଲାଗିରହିଥିଲା । ସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣକୁ ନେଇ ପୂଜା କମିଟି ସଦସ୍ୟ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା l ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ମଣ୍ଡପ ସ୍ଥାନ ସଫା କରୁଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ବିରୋଧ କରିଥିଲେ । ଫଳରେ ବିବାଦ ଉଗ୍ର ରୂପ ନେଇଥିଲା l ପ୍ରତିବାଦରେ ବଣିକ ସଙ୍ଘ ପକ୍ଷରୁ ଦୁଇଦିନ ହେଲା ଦୋକାନ ବଜାର ବନ୍ଦ ଥିଲା l ଗୁରୁବାର  ବାଲିଗୁଡା ଉପଜିଲ୍ଲାପାଳ ସମେତ ଅନେକ ପ୍ରଶାସନିକ ଅଧିକାରୀ ଉଭୟ ଗୋଷ୍ଠୀଙ୍କ ସହିତ ଆଲୋଚନ କରିଥିଲେ । ପରେ ସମସ୍ୟାର ସମାଧାନ ମଧ୍ୟ ହୋଇଥିଲା l

Leave A Reply

Your email address will not be published.