ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ

ଭୁବନେଶ୍ୱର ୨୪/୦୯: ପୂଜାରେ ବର୍ଷା ହେବା ଆଶଙ୍କା ଘନେଇଲାଣି । ଅକ୍ଟୋବର ୪ରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ । ଏହାର ପ୍ରଭାବରେ ଆନ୍ଧରେ ଭାରୀ ବର୍ଷା ହେବ । ଦଶହରାରେ ଦକ୍ଷିଣ ଓଡିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ଆକଳନ କରିଛନ୍ତି । ପୂଜା ପୂର୍ବରୁ ଲାଗ ଲାଗ ଦୁଇଟି ଘୂର୍ଣ୍ଣିବଳୟ ହେବ ବୋଲି ଗତକାଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମ୍‌ଡି) ପୂର୍ବାନୁମାନ କରିଥିଲା । କିନ୍ତୁ ଅକ୍ଟୋବର ୧ରେ ମିଆଁମାର ଉପକୂଳରେ ଯେଉଁ ଘୂର୍ଣ୍ଣିବଳୟ ହେବ ତାହା ଲଘୁଚାପ ରୂପ ନେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗର ହେବାକୁ ଥିବା ଏହି ଲଘୁଚାପ ଆନ୍ଧ୍ରରେ ଅଧିକ ବର୍ଷା କରାଇବ । ତେବେ ଓଡ଼ିଶାର କେନ୍ଦ୍ରୀୟ ଓ ଉତ୍ତର ଉପକୂଳରେ ଦଶହରାରେ ସ୍ୱଳ୍ପ ବର୍ଷା ହେବ । ଦକ୍ଷିଣରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।

Leave A Reply

Your email address will not be published.