ପୁରୀରେ ବସିବ ଦଶମ ପରାମର୍ଶଦାତା କମିଟି ବୈଠକ

ପୁରୀ ୨୪/୦୯ : ଆଜି ପୁରୀରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦଶମ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହେବ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ରାଜୀବ ଚନ୍ଦ୍ରଶେଖର ଓ ଦେଶର ବିଭିନ୍ନ ରାଜନୈତିକ ଦଳର ସାଂସଦ ଯୋଗଦେବେ । ବୈଠକରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ର ସହ ଜଡ଼ିତ ବିଷୟରେ ବିଚାର ବିମର୍ଷ କରାଯିବ । ସକାଳ ୧୦ ଟା ୪୫ରେ ପୁରୀରେ ହୋଟେଲ ମେ ଫେୟାରରେ ହେବ ବୈଠକ । ପୁରୀ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରିବେ ।

Leave A Reply

Your email address will not be published.