ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ

ଯାଜପୁର ୨୬/୦୯: ନବରାତ୍ରୀ ଅବସରରେ ଆଜିଠୁ ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ । ଆଜି ସଂଧ୍ୟାରୁ ଆରମ୍ଭ ହେବ ମା ବିରଜାଙ୍କ ସିଂହଧ୍ବଜ ରଥ ଯାତ୍ରା । ୯ ଦିନ ଧରି ରଥରେ ଗଢି ମନ୍ଦିର ପରିକ୍ରମା କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ଆଶିଷ ପ୍ରଦାନ କରିବେ ମା’ ଜଗତ ଜନନୀ । ଆଜିଠାରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ମାଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତି ଚାଲିବ।ଏହି ୯ ଦିନ ଧରି ଶକ୍ତି ବଲ୍ଲଭ ମନ୍ତ୍ରରେ ପୂଜା କରାଯିବା ସହ ମା ବିରଜାଙ୍କୁ ପ୍ରତ୍ୟେକ ଦିନ ବୈତରଣୀ ନଦୀ ଜଳରେ ସ୍ନାନ କରାଯିବାର ବିଧି ରହିଛି। ଅନ୍ୟପଟେ ମା’ଙ୍କ ରଥଯାତ୍ରାରେ ସାମିଲ ହେବା ସହ ସୁରୁଖରୁରେ ଦର୍ଶନ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳା ରଥଯାତ୍ରା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ସହ ୪ଜଣ ଇନ୍ସପେକ୍ଟଟର,୫ ଜଣ ସବ ଇନ୍ସପେକ୍ଟର ଙ୍କୁ ନିୟୋଜିତ କରାଯାଇଛି ।ତେବେ ଚଳିତ ବର୍ଷ ମା ଙ୍କ ରଥଯାତ୍ରାରେ ଶ୍ରଦ୍ଧାଳୁ ମାନେ ମା ଙ୍କ ରଥ ଦୋଉଡ଼ି ଧରିବାର ସୁଜଗ ପାଉଥିବାରୁ ବେଶ୍ ଖୁସି ଅନୁଭବ କରିଛନ୍ତି ଶ୍ରଦ୍ଧାଳୁ ।ଆଉ ଅପେକ୍ଷା କରିଛନ୍ତି ଆଜିର ସନ୍ଧ୍ୟା ସମୟକୁ ।

Leave A Reply

Your email address will not be published.