‘DID ସୁପର ମମ୍‌ସ’ର ବିଜେତା ହେଲେ ଦିନ ମଜୁରୀଆ ବର୍ଷା

ମୁମ୍ଵାଇ ୨୬।୦୯: ରବିବାର ଅର୍ଥାତ୍‌ ଗତକାଲି ଡିଆଇଡି ସୁପର ମମ୍‌ସ୍‌ର  ସିଜିନ୍‌-୩ ବିଜେତା ଅନୁଷ୍ଠିତ ହୋଇଥିଲା । ହରିୟାଣାର ବର୍ଷା ବୁମ୍ରା ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସୁପର ମମ୍‌ସ୍ ର ବିଜେତା ହୋଇଥିଲେ। ବର୍ଷା ତାଙ୍କ ସ୍ୱାମୀ ଏବଂ ପୁଅ ହସିଂଙ୍କ ସହ ରୁହନ୍ତି । ଏକ ଅଣ୍ଡର କନକସନ୍‌ ଅର୍ଥାତ୍‌ ଏକ ନିର୍ମାଣାଧୀନ କୋଠାରେ କାମ କରି ଦିନକୁ ୪୦୦-୫୦୦ ଟଙ୍କା ରୋଜଗାର କରନ୍ତି। ସେ କେବଳ ଟ୍ରଫି ଜିତି ନିଜ ପରିବାର ହିଁ ନୁହେଁ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଗର୍ବିତ କରିଛନ୍ତି।  ସେ ସୋ’ରୁ ୭.୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିବାରେ ମଧ୍ୟ ସଫଳ ହୋଇଥିଲେ। ଏହି ସମୟରେ ବର୍ଷା ତାଙ୍କ ଯାତ୍ରା ବିଷୟରେ କହିଛନ୍ତି, “ମୁଁ ୧ ଲକ୍ଷ ଟଙ୍କା ରୋଜଗାର କରିବାର ସ୍ୱପ୍ନ ମଧ୍ୟ ଦେଖି ନ ଥିଲି, ତେଣୁ ୭ ଲକ୍ଷ ଟଙ୍କା ପାଇବା ଏକ ସ୍ୱପ୍ନ ଭଳି ମନେ ହେଉଛି। ଯେତେବେଳେ ମୁଁ ସୋସିଆଲ ମିଡିଆରେ ବର୍ତ୍ତିକାଙ୍କର ଭିଡିଓ ଦେଖିଲି, ସେତେବେଳେ ମୁଁ ନୃତ୍ୟ ପ୍ରତି ଆଗ୍ରହ ପ୍ରକାଶ କଲି। ମୁଁ ତାଙ୍କ ଭିଡିଓ ଦେଖୁଥିଲି ଏବଂ ପ୍ରତିଦିନ ୧୦ ମିନିଟ୍ ଡ୍ୟାନ୍ସ ଅଭ୍ୟାସ କରୁଥିଲେ। ଭାବିନଥିଲ ଏତେ ବଡ ମଞ୍ଚର ବିଜେତା ହେବି । ଏହା ବ୍ୟତୀତ ସେ କହିଛନ୍ତି ସେ ଜନ୍ମରରୁ ଡ୍ୟାନସର ନୁହନ୍ତି ।  ତାଙ୍କର ନୃତ୍ୟ ଶିଖିବାକୁ କୌଣସି ଇଚ୍ଛା ନଥିଲା । ଯେତେବେଳେ ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଅଡିସନ୍ ବିଷୟରେ ଶୁଣିଲେ, ସେ ଏଠାକୁ ଯିବାକୁ ସ୍ଥିର କଲେ। ଏହି ଟ୍ରଫି ଜିତି ତାଙ୍କ ସ୍ୱପ୍ନ ସାକାର ହୋଇଛି ବୋଲି ବର୍ଷା କହିଛନ୍ତି। ସବୁଠାରୁ ବଡ କଥା ବର୍ଷା ଏହି ଶୋ’ ତଥା ରେମୋଙ୍କ ପାଇଁ ତାଙ୍କ ଘରର ଲୋନ୍‌ ଅର୍ଥାତ୍‌ ଋଣ ସୁଝି ପାରିଛନ୍ତି ।

Leave A Reply

Your email address will not be published.