କୁମାର ପୂର୍ଣ୍ଣିମା ଯାଏଁ ବର୍ଷା ପାଗ, ୩୦ରେ ଘୂର୍ଣ୍ଣିବଳୟ !

ଭୁବନେଶ୍ୱର ୨୬।୦୯ : ଏମିତି ପାଗ ରହିବ । ଆକାଶ ମେଘାଚ୍ଛନ୍ନ ରହିବା ସହ ପ୍ରତିଦିନ କିଛି କିଛି ଜାଗାରେ ବର୍ଷା ହେବ । ଠାଏ ଠାଏ ବଡ଼ ବର୍ଷା ହୋଇପାରେ । ଆଗାମୀ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ରାଜ୍ୟରେ ଖରାଟିଆ ପାଗ ସମ୍ଭାବନା କ୍ଷୀଣ । କେବେ ଟ୍ରଫଲାଇନ ତ କେବେ ଘୂର୍ଣ୍ଣିବଳୟ, ପୁଣି କେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ନିୟମିତ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ରବିବାର ଆନ୍ଧ୍ର ଉପକୂଳରୁ ଦୂରରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୯ରେ ଏହା ଏକ ବିସ୍ତୀର୍ଣ୍ଣ ଟ୍ରଫରେ ମିଶିଯିବ । ପଶ୍ଚିମ ପ୍ରଶାନ୍ତ ମହାସାଗରରୁ ଥାଇଲାଣ୍ଡ ଦେଇ ଲଘୁଚାପର ଅଂଶବିଶେଷ ଆସି ମିଆଁମାର ଉପକୂଳରେ ଆସନ୍ତା ୩୦ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି କରାଇବା ସମ୍ଭାବନା ଅଛି । ଏହା ଅକ୍ଟୋବର ୨ରେ ବାଂଲାଦେଶ, ପଶ୍ଚିମବଙ୍ଗ, ଓଡ଼ିଶା ସଂଲଗ୍ନ ବଙ୍ଗୋପ ସାଗରରେ ରହିବ। ଆସନ୍ତା ୩ ଓ ୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ରହିବ । ଆସନ୍ତା ୬ ତାରିଖବେଳକୁ ପ୍ରଶାନ୍ତ ମହାସାଗରରୁ ଅଂଶ ବିଶେଷ ଆସି ମିଶିବାରୁ ଏକ ଲଘୁଚାପ ମିଆଁମାର ଉପକୂଳରେ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଅବପାତରେ ପରିଣତ ହୋଇପାରେ । ଏଥିଯୋଗୁ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଉପକୂଳରେ ଓ ୨୬-୨୭ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.