ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ ୨୭।୦୯ : ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଏହି ବୈଠକ ପୂର୍ବାହ୍ନ ୧୧ଟା ରେ ଅନୁଷ୍ଠିତ ହେବ। ତେବେ ପୂର୍ବରୁ ଉଭୟ ନୀତି ସବ୍ କମିଟି ଓ ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଥିବା ବେଳେ ଆଜି ପରିଚାଳନା କମିଟି ଏହାକୁ ମୋହର ମାରିବ। ତେବେ ସେବାୟତଙ୍କ ବାସଗୃହ ପ୍ରକଳ୍ପ, ସେବାୟତ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି। ଏଥିସହ ଶ୍ରୀଜଗନ୍ନାଥ ସେବାୟତ ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା, ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ସମ୍ପର୍କରେ ଆଲୋଚନା କରାଯିବ। ପୂର୍ବ ବୈଠକରେ ଗୃହୀତ ନିଷ୍ପତ୍ତି ଗୁଡିକ ଅନୁମୋଦନ କରାଯିବ। ସେହିପରି ଭିତର ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। 

Leave A Reply

Your email address will not be published.