ପୂଜା ପୂର୍ବରୁ ମାତିଲେ ଦୁର୍ବୃତ୍ତ

ଭୁବନେଶ୍ୱର ୨୭/୦୯: ଲକ୍ଷ୍ମୀସାଗର ଥାନା ଅଧୀନରେ ଥିବା ରେନ୍ ବାର ରେ ବୋମା ମାଡ । ସୋମବାର ବିଳମ୍ବିତ ରାତିରେ ବାର ଭିତରେ ଗ୍ରାହକ ଓ କର୍ମଚାରୀ ଥିବା ବେଳେ ବାହାରେ ଏହି ବୋମା ମାଡ ହୋଇଛି । ଦୁଇଜଣ ଯୁବକ ବାଇକରେ ଆସି ବାର୍ ବାହାରେ ତିନୋଟି ବୋମା ପକାଇ ପଳାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ପୂଜା ପୂର୍ବରୁ ଚାନ୍ଦା ଆଦାୟକୁ ନେଇ ଏହି ବୋମା ମାଡ କରାଯାଇଥିବା ବାର୍ ମାଲିକ ସନ୍ଦେହ କରୁଛନ୍ତି ।

Leave A Reply

Your email address will not be published.