ଗାଈକୁ ଧକ୍କା ଦେଲା ବାଇକ, ଆରୋହୀ ମୃତ

କଣ୍ଟାବାଞ୍ଝି ୨୯।୦୯ : ଗାଈକୁ ଧକ୍କା ଦେଲା ବାଇକ । ଏହି ଦୁର୍ଘଟଣାରେ ଉଭୟ ଗାଈ ଓ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ସୌରଭ ଖଣ୍ଡେଲବାଲ ବୋଲି ଜଣାପଡିଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନୂନହାଡ଼ ଗାଁ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।ସୂଚନାନୁଯାୟୀ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ବ୍ୟବସାୟୀ ସୌରଭ ଖଣ୍ଡେଲବାଲ କଣ୍ଟାବାଞ୍ଜିରୁ ବେଳପଡା ପାଖରେ ଥିବା ନୂନହାଡ଼ ଢ଼ାବାକୁ ଖାଇବାକୁ ଯାଇଥିଲେ । ଏହି  ସମୟରେ ନୂନହାଡ଼ ଗାଁରେ ରାସ୍ତା ଉପରେ ଥିବା ଏକ ଗାଇ ସହିତ ତାଙ୍କ ବାଇକ ଧକ୍କା ହୋଇଥିଲା । ବାଇକଟି ଏତେ ଦ୍ରୁତ ଗତିରେ ଥିଲା ଯେ ସୌରଭ ରାସ୍ତା ଉପରକୁ ଛିଟିକି ପଡିଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ବାଇକ୍‌ଟି ଧକ୍କା ହେବା ଫଳରେ ଗାଇର  ମଧ୍ୟ ମୃତ୍ୟୁ ହୋଇଛି । ସୌରଭଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣାଯାଇଥିଲା। ହେଲେ ସେଠାରେ ସୌରଭଙ୍କୁ ମୃତ ଘୋଷଣା କରିବା ସହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲ ଜଣାପଡିଛି ।

Leave A Reply

Your email address will not be published.