ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ‘ସମୂହ ଶକ୍ତି

ବାଲିପାଟଣା ୨୯।୦୯ : ଗୋଟିଏ ଦିନରେ ପୁରୀ ଏବଂ ଖୋର୍ଦ୍ଧା ଅଞ୍ଚଳର ୫୦୩ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ୧୫ କୋଟି ୨୦ ଲକ୍ଷ ଟଙ୍କା ଋଣ ପ୍ରଦାନ । ବାଳକାଟି ଜ୍ଞାନ ଦେବା କଲ୍ୟାଣ ମଣ୍ଡପରେ ମହିଳା SHG ମାନଙ୍କୁ ନେଇ ଷ୍ଟେଟ ବ୍ୟାଙ୍କ ପକ୍ଷରୁ “ସମୂହ ଶକ୍ତି ” କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ବ୍ୟାଙ୍କର ବରିଷ୍ଠ ଅଧିକାରୀ । ଶତାଧିକ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କିଂ ସେବା ସହିତ ଜଡିତ ହୋଇ ନିଜର, ପରିବାର ଏବଂ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆଣିପାରିଛନ୍ତି । କରୋନା ମହାମାରୀ ସମୟରେ ଅଧିକାଂଶ ବ୍ୟକ୍ତିଙ୍କର ରୋଜଗାର ବନ୍ଦ ହୋଇଯାଇଥିବା ବେଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଘରେ ରହି ରୋଜଗାର କରିପାରୁଥିବା ଏସ୍‌ବିଆର ବରିଷ୍ଠ ଅଧିକାରୀମାନେ ମତ ଦେଇଥିଲେ । କାର୍ଯ୍ୟକ୍ରମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଉତ୍ପାଦିତ ବିଭିନ୍ନ ପ୍ରକାର ସାମଗ୍ରୀର ଷ୍ଟଲ୍‌ ପ୍ରଦର୍ଶିତ ହୋଇଥିଲା । ଏହି  କାର୍ଯ୍ୟକ୍ରମରେ ୫୩ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରାଯାଇଛି । ଆଜିର ଦିନରେ ପୁରୀ ଖୋର୍ଦ୍ଧା ଜୋନ ର ୫୦୩ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ କୋଟି ୨୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି । ବାଲିପାଟଣା, ବାଲିଅନ୍ତା ଏବଂ ପୁରୀ ଅଂଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଋଣ ନେଇଛନ୍ତି ।

Leave A Reply

Your email address will not be published.