AIIMSରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ବାବୁପଣିଆକୁ ଛାଟ: ଚା’ ଜଳଖିଆ ଆଣିବାକୁ ଯାଇପାରିବେନି ସିକ୍ୟୁରିଟି ଗାର୍ଡ

ନୂଆଦିଲ୍ଲୀ: ଏମ୍ସରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ଡାକ୍ତରମାନେ ଚା ଜଳଖିଆ ଆଣିବାକୁ ପଠାଇପାରିବେ ନାହିଁ। ସେମାନେ ଯେଉଁ କାମ ପାଇଁ ମୁତୟନ ହୋଇଛନ୍ତି ସେହି କାମ କରିବେ। ଆଉ ଯଦି କୌଣସି ସିକ୍ୟୁରିଟି ଗାର୍ଡ ଡାକ୍ତର କିମ୍ବା ଅନ୍ୟ କୌଣସି କର୍ମଚାରୀଙ୍କ ପାଇଁ ଚା ଜଳଖିଆ ଆଣିବାର ଧରାପଡ଼ନ୍ତି ତାଙ୍କୁ ତୁରନ୍ତ ଚାକିରିରୁ ବାହାର କରିଦିଆଯିବ। ଏମ୍ସ ଡକ୍ତରଙ୍କର ବାବୁପଣିଆ ବନ୍ଦ କରିବା ଓ ସିକ୍ୟୁରିଟିଗାର୍ଡଙ୍କର ଅପବ୍ୟବହାରକୁ ରୋକିବା ପାଇଁ ଏମ୍ସ ନୂଆ ନିର୍ଦ୍ଦେଶକ ଏମ୍‌ ଶ୍ରୀନିବାସ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଏ ନେଇ କଡ଼ା ନିଷ୍ପତ୍ତି ନେଇ ଶ୍ରୀନିବାସ କହିଛନ୍ତି ଯେ ଡ୍ୟୁଟି ସମୟରେ ସିକ୍ୟୁରିଟି ଗାର୍ଡମାନେ ଏମ୍ସର ଡାକ୍ତର କିମ୍ବା ଅନ୍ୟ କୌଣସି ଷ୍ଟାଫ୍‌ଙ୍କ ପାଇଁ ଚା ଜଳଖିଆ ଆଣିପାରିବେ ନାହିଁ। ସେମାନେ ଯେଉଁ କାମ ପାଇଁ ଆସିଛନ୍ତି କେବଳ ସେହି କାମରେ ନିୟୋଜିତ ହେବେ। ଏନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। କୌଣସି ସିକ୍ୟୁରିଟି ଗାର୍ଡ ନିୟମ ଉଲ୍ଲଂଘନ କଲେ ତାଙ୍କୁ ଚାକିରିରେ ବରଖାସ୍ତ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

Leave A Reply

Your email address will not be published.