ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ

ମୋହନା ୦୭/୧୦: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ । ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ବଡପଦା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନାନୁଯାୟୀ, ଗତ ତିନିଦିନ ଧରି ବର୍ଷା ଜାରି ରହିଥିବା ଫଳରେ ବଡ଼ପଦା ଗ୍ରାମର ସନ୍ତୋଷ ପାଇକଙ୍କ ଘରର ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିଛି। ରାତିରେ ସମସ୍ତେ ଶୋଇଥିବା ସମୟରେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ ସନ୍ତୋଷଙ୍କ ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଘଟଣା ପରେ ସନ୍ତୋଷଙ୍କ ପଡୋଶୀ ଘର ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି।

Leave A Reply

Your email address will not be published.