ନାମାଙ୍କନର ଦ୍ଵିତୀୟ ଦିନ, ମୈଦାନରେ ପ୍ରଚାର କରୁଛନ୍ତି ସବୁଦଳର ପ୍ରାର୍ଥୀ

ଭଦ୍ରକ ୦୮/୧୦: ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନର ଆଜି ଦ୍ଵିତୀୟ ଦିନ । ପ୍ରଥମ ଦିନରେ କେହି ପାର୍ଥିପତ୍ର ଦାଖଲ କରି ନାହାନ୍ତି । କୌଣସି ଦଳ ନିଜର ପାର୍ଥି ଘୋଷଣା କରି ନାହାନ୍ତି କିନ୍ତୁ ସବୁ ଦଳ ଏବେ ପ୍ରଚାର ଆରମ୍ଭ କଲେଣି । ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ଧାମନଗର ବ୍ଲକରେ ଦଳୀୟ କର୍ମୀଙ୍କ ସହ ପ୍ରଚାର କରୁଛନ୍ତି । ବିଜେପିର ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତିଙ୍କ ସହ ବହୁ ବରିଷ୍ଠ ନେତା ଭଦ୍ରକରେ ଡେରା ପକାଇଛନ୍ତି । ସେହିପରି ଗତକାଲି ବିଜେଡି ମଧ୍ୟ ମାରାଥନ ବୈଠକ କରିଛି ଧାମନଗରରେ । ରାଜ୍ୟସଭା ସଦସ୍ୟ ସୁଲତା ଦେଓ ଓ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି । ଅନ୍ୟପଟେ ଜନସମ୍ପର୍କ ପଦଯାତ୍ରାରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ଅଧକ୍ଷ ଅଶୋକ ନାୟକ ପ୍ରମୁଖ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.