ଅଷ୍ଟ୍ରେଲିଆ ପହଞ୍ଚିବା ମାତ୍ରେ ଅଭ୍ୟାସ୍ ଆରମ୍ଭ କଲା ଭାରତୀୟ ଦଳ

ମେଲବୋର୍ଣ୍ଣ: ଅକ୍ଟୋବର ୧୬ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ଵ କପ୍‌ ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆ ପହଞ୍ଚି ସାରିଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ସେନା ଅଷ୍ଟ୍ରେଲିଆ ପହଞ୍ଚିବା ମାତ୍ରେ ମଇଦାନକୁ ଓହ୍ଲାଇଛନ୍ତି। ଭାରତୀୟ ଦଳ ବର୍ତ୍ତମାନ ପର୍ଥରେ ଅଛନ୍ତି। ଏଠାରେ  ହିଁ ବିଶ୍ଵ କପ୍‌ ପାଇଁ ଦଳ ପ୍ରସ୍ତୁତି କରିବ। ପର୍ଥରେ ପହଞ୍ଚିବା ପରେ ଭାରତୀୟ ଦଳ ଶୁକ୍ରବାର ସକାଳେ ପ୍ରତିଷ୍ଠିତ ଓ୍ଵାକା ଷ୍ଟାଡିୟମରେ ପ୍ରଥମ ଅଭ୍ୟାସ୍ ସେସନରେ ସାମିଲ୍ ହୋଇଛନ୍ତି। ଭାରତୀୟ ଦଳ ଏବଂ ସହାୟକ କର୍ମୀ ଗୁରୁବାର ମୁମ୍ବାଇରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଥିଲେ। ବିସିସିଆଇ ଶୁକ୍ରବାର ଭାରତୀୟ ଖେଳାଳିଙ୍କ ଏକ ଫଟୋ ସେୟାର କରିଛି, ଯେଉଁଥିରେ ଖେଳାଳି ପର୍ଥ ଷ୍ଟାଡିୟମରେ ଅଭ୍ୟାସ୍ କରୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.