ଭିଜିଲାନ୍ସ ଜାଲରେ ୨ କିରାଣୀ, କହୁଥିଲେ- ୧୨ ହଜାର ଦେଲେ ବିଲ୍‌ ପାସ୍‌ କରିବୁ

ଯାଜପୁର : ‘୧୨ ହଜାର ଦେଲେ ତୁମ ବିଲ୍‌ ପାସ୍‌ ହେବ । ନଚେତ ତୁମ କାମ କଥା ଭୁଲି ଯାଅ ।’ ଏକ ବିଲ୍‌ ପାସ୍‌ କରିବା ପାଇଁ ୧୨ ହଜାର ଲାଞ୍ଚ ମାଗୁଥିବା ଯାଜପୁରସ୍ଥିତ ନିୟୋଜନ କାର୍ଯ୍ୟାଳୟର ଦୁଇ କିରାଣୀଙ୍କୁ କାବୁ କରିଛି ଭିଜିଲାନ୍ସ । ଏହି ୨ କିରାଣୀ ହେଲେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ଅଧିକାରୀ ତାପସ ସ୍ୱାଇଁ ଓ ସହକାରୀ କିରାଣୀ ଜିତେନ୍ଦ୍ର ସେଠୀ । ଏମ୍ପ୍ଲୟମେଣ୍ଟ କାର୍ଯ୍ୟାଳୟରେ କିଛି ବିଲ୍ ପାସ୍ କରିବା ପାଇଁ ବିବେକାନନ୍ଦ ମହାପାତ୍ର ନାମକ ବ୍ୟକ୍ତିଙ୍କୁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏହି ୨ କିରାଣୀ। ଏନେଇ ବିବେକାନନ୍ଦ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଏହି କିରାଣୀଙ୍କୁ ଧରିବାକୁ ଭିଜିଲାନ୍ସ ପକ୍ଷରୁ ଜାଲ ବିଛା ଯାଇଥିଲା। ପ୍ରାକ୍‌ ଯୋଜନା ଅନୁଯାୟୀ,  ବିବେକାନନ୍ଦ ରଙ୍ଗବୋଳା ୧୨ ହଜାର ଟଙ୍କା ଏହି ୨ କିରାଣୀଙ୍କୁ ଲାଞ୍ଚ ଦେବା ବେଳେ ସେମାନଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଏଥିସହ ସେମାନଙ୍କ ନିକଟରୁ ରଙ୍ଗବୋଳା ଟଙ୍କା ଜବତ ହୋଇ ଅଧିକ ପଚରାଉଚରା କରାଯାଉଛି।

Leave A Reply

Your email address will not be published.