ଭାରତ ଆସିଲେ ଆତ୍ମହତ୍ୟା କରିବେ ନୀରବ ମୋଦି?

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଘାରିଛି ଭୟ। ଭାରତ ଆସିଲେ ତାଙ୍କୁ ହତ୍ୟା କରାଯିବ କିମ୍ବା ସେ ଆତ୍ମହତ୍ୟା କରିବେ। ଯାହା ବି ହେଉ ଜେଲ ଭିତରେ ତାଙ୍କର ମୃତ୍ୟୁ ହେବ ବୋଲି ଲଣ୍ଡନରେ ବନ୍ଦୀ ଥିବା ନୀରବ ମୋଦି ତାଙ୍କ ମାନସିକ ରୋଗ ବିଶେଷଜ୍ଞଙ୍କୁ କହିଛନ୍ତି। ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟାର୍ପଣରେ ଆତ୍ମହତ୍ୟା ଆଶଙ୍କାକୁ ନେଇ ମଙ୍ଗଳବାର ଲଣ୍ଡନ ହାଇକୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣି ବେଳେ ‘ୱାଣ୍ଡ୍‌ସ୍‌ୱର୍ଥ’ କାରାଗାରରେ ତାଙ୍କର ଯାଂଚ କରୁଥିବା ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର୍ ଆଣ୍ଡ୍ରିଉ ଫରେଷ୍ଟର୍ ହାଇକୋର୍ଟକୁ କହିଛନ୍ତି ଯେ, ନୀରବ ମୋଦି ଯଦି ଭାରତ ଯାଆନ୍ତି ତାଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ରଖାଯିବ। ସେଠାରେ ବନ୍ଦି ଥିବା କିଛି କଏଦୀମାନେ କବାଟ ହ୍ୟାଣ୍ଡେଲ ଓ ପାଣି ଟ୍ୟାପ୍‌ରେ ପୂର୍ବରୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କଥା ନୀରବ ମୋଦି ଜାଣିଛନ୍ତି। କୋର୍ଟ କହିଛନ୍ତି ଯେ, ପ୍ରତ୍ୟର୍ପଣ କଥା ଉଠିଲେ ‌ନୀରବ କେବଳ ହତ୍ୟା ଓ ଫାଶୀ ଦେବା କଥା ଚିନ୍ତାକରୁଛନ୍ତି। ତାଙ୍କର ମାନସିକ ବିକାର ଏତେ ବଢ଼ିଯାଇଛି ଯେ, ତାଙ୍କୁ ଦୁଇଥର ଡାକ୍ତରଖାନାକୁ ସ୍ଥାନାନ୍ତର ଓ ଚାରିଥର ଜେଲ୍‌ର ‘ସୁସାଇଡ୍ ୱାଚ୍‌’ରେ ରଖାଗଲାଣି

Leave A Reply

Your email address will not be published.