କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ, ନମାନିଲେ ଦେବାକୁ ପଡିବ ମୋଟା ଅଙ୍କ

ଭୁବନେଶ୍ୱର ୧୮/୧୦: ଟ୍ରାଫିକ ନିୟମ ଉଲ୍ଲଘଂନକାରୀ ସାବଧାନ । ଆଜିଠାରୁ ପୁଣି କଡାକଡି ହେଲା ଯାନବାହନ ଚେକିଂ । କୌଣସି ପ୍ରକାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଦେବାକୁ ପଡିବ ଫାଇନ୍ । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିର୍ଦ୍ଦେଶକ୍ରମେ ରାଜ୍ୟରେ ଆଜିଠୁ ସ୍ପେଶାଲ୍ ଡ୍ରାଇଭକୁ ଜୋରଦାର କରାଯିବ । ଏନେଇ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଆଜିଠୁ ୪ଦିନ ଯାଏଁ ଅର୍ଥାତ ୨୧ ତାରିଖ ଯାଏଁ ସକାଳ ୯ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏଁ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରେ ଚାଲିବ ଧରପଗଡ଼ ଅଭିଯାନ । ହେଲମେଟ ନପିନ୍ଧିଲେ , ଦ୍ରୁତ ଗତିରେ ଗାଡି ଚଳାଇଲେ, ଗାଡି ଚଳାଉଥିବା ବେଳେ ମୋବାଇଲ ବ୍ୟବହାର କରୁଥିଲେ, ସିଟ୍ ବେଲ୍ଟ ନ ବାନ୍ଧିଥିଲେ କଟିବ ଚାଲାଣ । ବିନା ଲାଇସେନ୍ସରେ ବାଇକ୍ ଚାଳନା କରୁଥିବା ବ୍ୟକ୍ତିଙ୍କ ଗାଡ଼ିକୁ ଜବତ କରାଯିବ । ସେହିପରି ବିନା ହେଲମେଟ୍‌ରେ ଯାତ୍ରା କରୁଥିଲେ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ।

Leave A Reply

Your email address will not be published.