ଅମ୍ୱାନୀ କି ଆଦାନୀ ନୁହନ୍ତି, ସବୁଠୁ ବଡ଼ ଦାନୀ HCLର ଶିବ ନାଦର, ସୂଚୀର ପଞ୍ଚମ ସ୍ଥାନରେ ଓଡ଼ିଆ ଦମ୍ପତି

ନୂଆଦିଲ୍ଲୀ: ଦେଶର ସବୁଠୁ ଦାନୀ ବିଲେନିୟରଙ୍କ ସୂଚୀରେ ସବୁଠୁ ଆଗରେ ଅଛନ୍ତି ଶିବ ନାଦର । ଏଡଲଗିଭ ହୁରୁନ ଇଣ୍ଡିଆ ଫେଲନଥ୍ରୋପୀ ଲିଷ୍ଟ ୨୦୨୨ ଅନୁସାରେ ଆଇଟି କମ୍ପାନି ଏସଚିଏଲ ପ୍ରତିଷ୍ଠାତା ଶିବ ନାଦର ବର୍ଷକୁ ୧,୧୬୧ କୋଟି ଟଙ୍କା ଦାନ କରିଛନ୍ତି । ଏହି ହିସାବରେ ଶିବ ନାଦର ଦାନ ବାବଦକୁ ପ୍ରତିଦିନ ତିନି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହାସହ ଶିବ ନାଦର ଆଇଟି କମ୍ପାନି ୱିପ୍ରୋର ପ୍ରତିଷ୍ଠାତା ଅଜୀମ ପ୍ରେମଜୀଙ୍କୁ ପଛରେ ପକାଇଛନ୍ତି । ଏବେ ସୁଦ୍ଧା ଅଜୀମ ପ୍ରେମଜୀଙ୍କୁ ସବୁଠୁ ବଡ଼ ଦାନୀ ବୋଲି କୁହାଯାଉଥିଲା । ତେବେ ଚଳିତ ବର୍ଷ ଅଜୀମ ପ୍ରେମଜୀ ୪୮୪ କୋଟି ଟଙ୍କାର ବାର୍ଷିକ ଦାନ କରିଛନ୍ତି ଏବଂ ସୂଚୀର ଦ୍ୱିତୀୟ ସ୍ଥାନରେ ଅଛନ୍ତି । ରିପୋର୍ଟ ଅନୁସାରେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଯଥାକ୍ରମେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ୱାନୀ ଏବଂ ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା ଅଛନ୍ତି । ଗୋଟିଏ ବର୍ଷରେ ଅମ୍ୱାନୀ ୪୧୧ କୋଟି ଟଙ୍କା ଦାନ କରିଛନ୍ତି । ସେହିପରି କୁମାର ମଙ୍ଗଲମ ବିର୍ଲା ୨୪୨ କୋଟି ଟଙ୍କା ଦାନ କରିଛନ୍ତି।

Leave A Reply

Your email address will not be published.