ରୋଗୀ ଚାଲାଣ ଅଭିଯୋଗରେ ପୋଲିସ୍‌ର ଚଢ଼ାଉ, ୭ ଦଲାଲ୍‌ ଗିରଫ

କେନ୍ଦ୍ରାପଡ଼ା, ୨୦/୧୦: ବେଆଇନ ରୋଗୀ ଚାଲାଣ ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରସରରୁ ୭ ଜଣ ମଧ୍ୟସ୍ଥିଙ୍କୁ ଗିରଫ କରିଛି ଟାଉନ ପୋଲିସ । ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୩ ଜଣ ପୁରୁଷ ରହିଛନ୍ତି। ଏହି ମଧ୍ୟସ୍ଥି ମାନେ ନିମୟିତ ଭାବେ ସରକାରୀ ଡାକ୍ତରଖାନାରୁ ବିଭିନ୍ନ ଘରୋଇ ନର୍ସିଂହୋମ, ପ୍ରାଇଭେଟ କ୍ଲିନିକ ଏବଂ ଡାଇଗୋନେସିସ୍‌ କେନ୍ଦ୍ରକୁ ରୋଗୀ ଚାଲାଣ କରୁଥିଲେ । ରୋଗୀର ସମ୍ପର୍କୀୟଙ୍କୁ ପ୍ରବର୍ତ୍ତାଇ ଏବଂ ଅନେକ ସମୟରେ ଭୟଭୀତ କରି ସେମାନେ ନିଜ ମନ୍ଦ ଉଦ୍ଦେଶ୍ୟରେ ସଫଳ ହେଉଥିଲେ। ଏ ନେଇ ପୋଲିସ ପାଖରେ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ଆଜି ଟାଉନ ପୋଲିସର ଏକ ସ୍ଵତନ୍ତ୍ର ଟିମ୍‌ ମେଡିକାଲ ପରିସରରେ ଚଢାଉ କରି ୭ ଜଣଙ୍କୁ ଗିରଫ କରିଛି। ସହରର କେଉଁ ଘରୋଇ ନର୍ସିଂହୋମ ସହ ସେମାନଙ୍କର ସମ୍ପର୍କ ରହିଛି ତାହା ପୋଲିସ ଛାନ୍‌ଭିନ୍‌ କରୁଥିବା ଏସଡିପିଓ ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.