ହ୍ୱାଟସ୍ ଆପ୍‌ରେ ‘ଗୁଡମର୍ଣ୍ଣିଂ’ ମ୍ୟାସେଜ୍ ପଡିପାରେ ମହଙ୍ଗା

ନୂଆଦିଲ୍ଲୀ ୨୦।୧୦: ହ୍ୱାଟସ୍‌ ଆପ୍‌ ଏକ ଏପରି ପ୍ଲାଟଫର୍ମ ଯାହାକୁ ସାରା ବିଶ୍ୱରେ ଲୋକେ ବ୍ୟବହାର କରୁଛନ୍ତି। ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ ଏହା ଦ୍ୱାରା ମ୍ୟାସେଜ୍, ଭୟସ କଲ ଓ ଭିଡିଓ କଲ ମାଧ୍ୟମରେ ସହଜରେ ସମ୍ପର୍କ କରାଯାଇପାରେ। ଏହି ପ୍ଲାଟଫର୍ମରେ ଏପରିବି ଲୋକେ ଅଛନ୍ତି ଯେଉଁମାନେ ସେମାନଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କୁ ‘ଗୁଡମର୍ଣ୍ଣିଂ’ ମ୍ୟାସେଜ ପଠାଇବାକୁ ଭଲ ପାଇଥାନ୍ତି। ଯଦି ଆପଣ ବି ସେମାନଙ୍କ ମଧ୍ୟରେ ଜଣେ ତେବେ ଏବେଠୁ ସତର୍କ ହୋଇଯାଆନ୍ତୁ ନଚେତ ଆପଣଙ୍କ ଆକାଉଣ୍ଟ ବ୍ୟାନ ହୋଇପାରେ। ପ୍ରତିମାସରେ ହ୍ୱାଟସ୍ ଆପ୍‌ ଅନେକ ୟୁଜରଙ୍କ ଆକାଉଣ୍ଟ ବ୍ୟାନ କରିଥାଏ। ଯେଉଁଥିରେ ଭାରତୀୟ ୟୁଜରଙ୍କ ଆକାଉଣ୍ଟ ମଧ୍ୟ ସାମିଲ। ତେବେ ଏହା ପଛରେ ଯେଉଁ କାରଣ ରହିଛି ତାହା ହେଉଛି କମ୍ପାନୀର ପଲିସି ବା ନୀତି ଉଲ୍ଲଂଘନ। କମ୍ପାନୀ ତାଙ୍କ ପଲିସିରେ ଅନେକ କାରଣ ଲେଖି ରଖିଛନ୍ତି। ଯାହାର ପାଳନ ନ ହେଉଥିଲେ ଆକାଉଣ୍ଟ ବ୍ୟାନ କରି ଦିଅନ୍ତି। ଏଥିରେ ସବୁ ମ୍ୟାସେଜକୁ ସର୍ବାଧିକ କଣ୍ଟାକ୍ଟସ୍‌ଙ୍କ ନିକଟକୁ ପଠାଇବା,ମ୍ୟାସେଜ ଫରୱାର୍ଡ ଲିମିଟ୍‌ରୁ ଅଧିକ ଫରୱାର୍ଡ କରିବା, ମ୍ୟାସେଜର ସୋର୍ସ ଜଣା ନଥିଲେ ମଧ୍ୟ ସେଗୁଡିକୁ ଫରୱାର୍ଡ କରିବା, ଭୁଲ ତଥ୍ୟ ଥିବା ମ୍ୟାସେଜ୍ ଫରୱାର୍ଡ କରିବା ଓ ଦେଶ ବିରୋଧରେ ଆସିଥିବା ମ୍ୟାସେଜ ଫରୱାର୍ଡ କରିବା ଆଦି।

Leave A Reply

Your email address will not be published.