ଓଡ଼ିଶାଠାରୁ ବହୁ ଦୂରରେ ପଳାଇବ ସି-ତ୍ରଙ୍ଗ: ୨୪ରେ ବାତ୍ୟା ରୂପ ନେବ, ଆଲର୍ଟରେ ୮ ଜିଲ୍ଲା

ଭୁବନେଶ୍ୱର,୨୨/୧୦: ୨୪ ତାରିଖରେ ବାତ୍ୟା ହେବ । କିନ୍ତୁ ଓଡ଼ିଶାଠାରୁ ବହୁ ଦୂରରେ ପଳାଇବ । ଧାମରାଠାରୁ ୨୦୦କିମି ଦୂରରେ ଯିବ । ୨୫ ତାରିଖ ସନ୍ଧ୍ୟାରେ ବାତ୍ୟା ପଶ୍ଚିମବଙ୍ଗ ଓ ବାଲାଂଦେଶରେ ସ୍ଥଳଭାଗ ଛୁଇଁବ । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମ୍‌ଡି) କରିଥିବା ଆକଳନ ଉପରେ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି, ସୃଷ୍ଟି ହୋଇଥିବା ଲଘୁଚାପ ୨୩ରେ ତୀବ୍ର ଅବପାତରେ ପରିଣତ ହେବ । ୨୪ରେ ବାତ୍ୟା ରୂପ ନେବ । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବନି । ଉପକୂଳ ସହ ସମାନ୍ତରାଳ ହୋଇ ପଳାଇବ । ଧାମରାର ପୂର୍ବରେ ୨୦୦କିମି ଦୂରରେ ବାତ୍ୟା ଅତିକ୍ରମ କରିବ । ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରର ଅଳ୍ପ କିଛି ଅଞ୍ଚଳରେ ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ଅଛି । ଅନ୍ୟ ସ୍ଥାନରେ ୩୦କିମି ବେଗରେ ପବନ ବହିପାରେ । ଅଧିକ ବେଗରେ ପବନ ବହିବନି । ପବନଜନିତ ବିଶେଷ କ୍ଷୟକ୍ଷତିର ଆଶଙ୍କା ନ ଥିବା ସେ କହିଛନ୍ତି ।

Leave A Reply

Your email address will not be published.