ଦୀପାବଳି ରାତିରେ ଲିଭିଗଲା ଜୀବନ ଦୀପ, ହାତୀ ଆକ୍ରମଣରେ ଜଣେ ମୃତ

ପଦ୍ମପୁର ୨୫/୧୦: ହାତୀ ଆକ୍ରମଣରେ ଜଣେ ମୃତ । ହାତୀ ଆକ୍ରମଣରେ ଦୀପାବଳି ଦିନ ରାତି ଲିଭିଗଲା ଜୀବନର ଦୀପ । ନୄସିଂହନାଥ ରେଞ୍ଜ ଅଧିନସ୍ଥ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ରସମୁଣ୍ଡା ଗାଁ ୭୦ ବର୍ଷୀୟ ରାମଚନ୍ଦ୍ର ନାୟକ ବୟସ ଶୌଚ ପାଇଁ ଯାଇଥିବା ଆକ୍ରମଣ କରିଥିଲା ହାତୀ । ଫଳରେ ହାତୀ ଆକ୍ରମଣରେ ତାଙ୍କର ମୄତ୍ୟୁ ହୋଇଥିଲା । ସୂଚନା ଅନୁସାରେ ନୄସିଂହନାଥ ରେଞ୍ଜ ଅଞ୍ଚଳରେ ଗତ କିଛିଦିନ ହେବ ଦୁଇଟି ହାତୀ ବୁଲୁଛନ୍ତି । ଏହି ଦୁଇହାତି ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବା ବନ ବିଭାଗ ସୂଚନା ଦେଇଛି । ତେବେ ଏହି ଅଞ୍ଚଳରେ ହାତୀ ବୁଲୁଥିବା ଖବର ବନବିଭାଗ ଜାଣିନଥିଲା । ଏବେ ବନବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.