ପୂର୍ବ ଶତ୍ରୁତାର କରୁଣ ପରିଣତି, ପିକୋଳ ଗାଁରେ ବୋମାମାଡ

ସାଲେପୁର ୨୫/୧୦: ଦୀପାବଳି ରାତିରେ ଅଭାବନୀୟ ଘଟଣା । ସାଲେପୁର ପିକୋଳ ଗାଁରେ ବୋମାମାଡ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ଗାଁର ପତିତପାବନ ନାୟକଙ୍କ ଘର ଉପରକୁ ବୋମାମାଡ କରିଛନ୍ତି ଦୁର୍ବୃତ୍ତ । ତେବେ ଏହି ବୋମାମାଡରେ କାହାର କୌଣସି କ୍ଷୟକ୍ଷତି ହୋଇନି । ଏନେଇ ସାଲେପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳକୁ ଯାଇ ଛାନଭିନ୍ ଆରମ୍ଭ କରୁଛି । ବୋମାମାଡ ପରେ ପତିତପାବନଙ୍କ ପରିବାର ଭୟରେ ଅଛନ୍ତି ।

Leave A Reply

Your email address will not be published.